ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ମଡେଲ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି । ଆବଶ୍ୟକତା ଦେଖି ବଡ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ ମଣ୍ଡିରେ ରହିବ ବିଶ୍ରାମଗାର ଓ ଟିଫିନ ସେଣ୍ଟର । ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ । ମଡେଲ ମଣ୍ଡିର ରୂପ ରେଖ କେମିତି ରହିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।
