ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ: ମନ୍ତ୍ରୀ

ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ କହିଛନ୍ତି ମନ୍ତ୍ରୀ । ଯଥେଷ୍ଟ ମହଜୁଦ ଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦% ଯୋଗାଇବାକୁ ସକ୍ଷମ। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ।ଏଥିପ୍ରତି ମଧ୍ୟ କେନ୍ଦ୍ର ସଜାଗ ଅଛି। ଆସନ୍ତାକାଲି କେନ୍ଦ୍ର ଯୋଗାଣମନ୍ତ୍ରୀ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ଏହି ସମ୍ପର୍କରେ ଆଲୋଚନା ନେଇ ଡାକିିଛନ୍ତି।ସେପଟେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ଯୁଦ୍ଧର ଭୟ ବୃଦ୍ଧି ପାଉଥିବାବେଳେ ଭାରତ ଏହାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା ପାଇଁ ଇରାନ ସହିତ ସହଭାଗୀ ହୋଇଛି। ୨୦୧୯ପରେ ଭାରତ ପ୍ରଥମ ଥର ପାଇଁ ଇରାନରୁ ଏକ ଏଲପିଜି କାର୍ଗୋ କ୍ରୟ କରିଛି। ଆମେରିକା ଇରାନ ଉପରେ ଏହାର କିଛି କଟକଣାକୁ କୋହଳ କରିବ ବୋଲି ସୂଚାଇବା ପରେ ଏହା ଆସିଛି।

ଅଧିକ ପଢନ୍ତୁ