ରାଜ୍ୟରେ ଚଳିତ ବର୍ଷ ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବ

ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ଏ ବର୍ଷ ରାଜ୍ୟରେ କମ୍‌ ଶୀତ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ରାଜ୍ୟକୁ ବିଳମ୍ବରେ ଶୀତ ଆସିବ ଓ କମ୍‌ ଶୀତ ଅନୁଭୂତ ହେବ । ଡିସେମ୍ବର ମାସ ଆରମ୍ଭ ଯାଏ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର-ପୂର୍ବ ପବନ ବହିବାରୁ ଆର୍ଦ୍ରତା ଅଧିକ ରହିବ । ମେଘୁଆ ପାଗ ବଢ଼ିବ । ଉତ୍ତର ଭାରତରୁ ଥଣ୍ଡା ପବନ ଆସିବା ବାଧାପ୍ରାପ୍ତ ହୋଇପାରେ । ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବା ଯୋଗୁ ପାଗ ମେଘୁଆ ରହିବା ସହ ବର୍ଷା ହେବ । ଦି। ନଭେମ୍ବର ଓ ଡିସେମ୍ବର ମାସରେ ପଶ୍ଚିମ ହିମାଳୟ ଓ ସଂଲଗ୍ନ ଗଞ୍ଜାମ, ଜାମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପାକିସ୍ତାନ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବହୁତ କମିପାରେ ।ନ ସମୟର ତାପମାତ୍ରା ସ୍ୱାଭାବିକ ଭାବେ କମ୍‌ ରହିବ । କୋହଲା ପାଗ ଅଧିକ ରହିବା ସହ ଶୀତ କମ୍‌ ରହିବ

ଅଧିକ ପଢନ୍ତୁ

Odisha Darpan Digital