ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପାଇଁ ଆସିଲା ନୂଆ ସ୍କିମ୍ । ଶକ୍ତି ଶ୍ରୀ ଯୋଜନା ଆଣିବେ ସରକାର । ଏହାଦ୍ବାରା ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ହାତକୁ ନିଆଯିବ। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ। ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଶକ୍ତିଶ୍ରୀ ମୋବାଇଲ ଆପ୍ ମଧ୍ୟ କାର୍ଯ୍ୟ କରିବ। ଯଦି ଛାତ୍ରୀ ଅସୁବିଧାରେ ପଡ଼ନ୍ତି ନାମ ଗୋପନ ରଖି ପଞ୍ଜୀକୃତ କରିପାରିବେ।ବିଶ୍ୱବିଦ୍ୟାଳୟରେ ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ । ଏହାକୁ ଛାତ୍ରୀମାନେ ନିୟନ୍ତ୍ରଣ ଆଉ ପରିଚାଳନା କରିବେ । ଯଦି କୌଣସି ମହିଳା ଦୁର୍ବ୍ୟବହାର କି ସମସ୍ୟାର ସାମ୍ନା କରନ୍ତି ତେବେ ସେମାନେ ଏହା ବିରୋଧରେ ନିଜେ ଏତଲା ଦେଇ ଏହାକୁ କାର୍ଯ୍ୟକାରୀ କରିପାରିବେ । ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ ଶକ୍ତି ଶ୍ରୀ ସାଥୀ ଭାବେ କାମ କରିବେ, ଜଣେ ଅଧ୍ୟାପିକା ଶକ୍ତି ଶ୍ରୀ ସଂଯୋଜିକା ହିସାବରେ କାମ କରିବେ । ଏହାସହ ଜିଲ୍ଲାପାଳଙ୍କ ଦ୍ୱାରା ନିୟୋଜିତ ହୋଇଥିବା ୫ ଜଣ ମହିଳା ଶକ୍ତି ଅପା ଭାବେ କାର୍ୟ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
