ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ରାଜ୍ୟରେ ଶୀତ ଲହରୀ ଜାରି ।  ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି ।  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ ୫ ଜିଲ୍ଳାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।  ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ସମ୍ଭାବନା ରହିଛି ।  ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ।  ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନାହିଁ ।  ସର୍ବନିମ୍ନ ତାପମାତ୍ରା ୪-୫ ଡିଗ୍ରୀରେ ରହୁଛି ।  ଗତ ୨୪ ଘଣ୍ଟାରେ କୋରାପୁଟରେ ୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । 

ଅଧିକ ପଢନ୍ତୁ