ରାଜ୍ୟରେ ଡ଼ାଇରିଆ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏହାକୁ ଗୁରୁତର ସହିତ ନେଉଛନ୍ତି ସରକାର । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା କରାଯାଇଛି । ପରିସ୍ଥିତିରେ ସୁଧାର ଆସୁଛି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ନିବେଦନ କରିଛନ୍ତି ।ଅନ୍ୟପକ୍ଷେ ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ ନେଇ ସରକାର ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ୩୮୭ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତ କରାଯାଇଛି। ଫାଷ୍ଟ ଏଡ୍ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ଶ୍ରଦ୍ଧାଳୁଙ୍କୁ ଆର୍ଓ ପାଣି ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
