ରାଜ୍ୟରେ ଧିରେ ଧିରେ କମୁଛି ଶୀତ । ରାତିରେ ତାପମାତ୍ରା କମୁଥିବା ବେଳେ ଦିନରେ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଭୋର ସମୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦିନସାରା ପବନ ଦେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ପାରଦ ଏବେ ଉପରମୁହାଁ ହୋଇଛି । ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ସେହିପରି ଆଗାମୀ ୫ ଦିନ ଅର୍ଥାତ ୨୪ ତାରିଖ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ଆକଳନ କରାଯାଉଛି ।
