ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।ମେଡିକାଲ କଲେଜରେ ପ୍ରଫେସର ପଦବୀ ମଧ୍ୟ ଖୁବ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ପାଇଁ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ।ବୈଠକରେ ମେଡିକାଲ ଅଫିସରଙ୍କ ନିଯୁକ୍ତି ପାଇଁ ସୁବ୍ୟବସ୍ଥାକରଣ ପ୍ରକ୍ରିୟା, ମେଡିକାଲ କଲେଜରେ ପି.ଜି. ସିଟ ବୃଦ୍ଧି, ଭିତ୍ତିଭୂମି ବିକାଶ ଓ ଟେକ୍ନିକାଲ ଷ୍ଟାଫ ନିଯୁକ୍ତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଇଣ୍ଟିଗ୍ରେଟେଡ ଟ୍ରମା କେୟାର ସେଣ୍ଟର ସ୍ଥାପନ, ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି ଏବଂ ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା ହୋଇଛି। ଏହା ସହ ଡାକ୍ତରଙ୍କ ସମସ୍ୟା, ନିଯୁକ୍ତି, ବେତନ, ମେଡିକାଲ ଶିକ୍ଷାରେ ସିଟ ବୃଦ୍ଧି ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାପାଇଁ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ