ରାଜ୍ୟରେ ନିୟନ୍ତ୍ରଣରେ ଅଛି ବାର୍ଡ ଫ୍ଲୁ । ପୁରୀ ଓ କେନ୍ଦ୍ରାପଡାକୁ ଛାଡି ଅନ୍ୟ କେଉଁ ଜିଲ୍ଲାରେ ନାହିଁ ପ୍ରତିବନ୍ଧକ ।ବ୍ୟବସାୟୀମାନେ ମଧ୍ୟ ବେପାର କରିପାରିବେ । କେହି ଭୟଭୀତ ନହେବାକୁ ଅପିଲ କରିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ଅନ୍ୟ ଜିଲ୍ଲାର ଲୋକେ କୁକୁଡା ଓ ଅଣ୍ଡା ଖାଇପାରିବେ । ପୂର୍ବରୁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଲୋକଙ୍କୁ ଚିକେନ ନଖାଇବା ଲାଗି ପରାମର୍ଶ ଦେଇଥିଲେ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।