ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜିଟାଲ ହେଲ୍ଥ ଏଟିଏମ୍ ର ହେଲା ଶୁଭାରମ୍ଭ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅତ୍ୟାଧୁନିକ ସ୍ୱୟଂ ଡିଜିଟାଲ ହେଲ୍ଥ ATMକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ଵରିତ, ଶସ୍ତା ଓ ସଠିକ ନିଦାନ ସେବା ପାଇପାରିବେ। ଏହି ହେଲଥ ଏଟିଏମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।ଲୋକେ ଏହି ମେଶିନରେ ଟିପ ରଖିଲେ ସେମାନଙ୍କ ହାର୍ଟ,ଡାଇବେଟିସ, କୋଲେଷ୍ଟ୍ରୋଲ, ରକ୍ତଚାପ, ଇସିଜି ସମେତ ବିଭିନ୍ନ ରୋଗର ପରୀକ୍ଷା ସହିତ ପ୍ରେସକ୍ରିପସନ୍ ମଧ୍ୟ ବାହାରି ପାରିବ ।ଏହା ଫଳରେ ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହଜରେ ହୋଇପାରିବ । ଏହି ମେସିନ ସ୍ଥାପନ ଦ୍ୱାରା ନିମାପଡାର ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ ଯୋଡି ହେଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
