ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି।ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍ ପ୍ରିଣ୍ଟ୍ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ଏନଟିସିଏ ରିପୋର୍ଟ ଅନୁସାରେ ୨୦୨୨ରେ ୫୬୮ କଲରାପତରିଆ ବାଘ ଥିବାବେଳେ ୨୦୨୪ରେ ସଂଖ୍ୟା ଥିଲା ୨୮୪। ସେହିପରି ୨୦୨୮ରେ ମୋଟ୍ ୭୬୦ କଲରାପତରିଆ ବାଘ ଚିହ୍ନଟ ହୋଇଥିଲେ। ତେବେ ଚଳିତ ଥର ବନ ବିଭାଗ ନିଜସ୍ୱ କଲରାପତରିଆ ବାଘ ଗଣନା କରିଛି ।