ନୟାଗଡ (ଓଡିଶା ଦର୍ପଣ )ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭେଟେରିନାରୀ ବିଭାଗ ରିପୋର୍ଟ ଦେବା ପରେ ଜଣାପଡିବ ଯେ ଏହା ବାର୍ଡ ଫ୍ଲୁ କି ନୁହେଁ । ହେଲେ ଏହା ବାର୍ଡ ଫ୍ଲୁ କି ନୁହେଁ ତା’ ସ୍ପଷ୍ଟ ହେବା ପରେ ଜଣାପଡ଼ିବ । ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗକୁ ଡେଉଁଛି ବାର୍ଡ ଫ୍ଲୁ ସଂକ୍ରମଣ । ଫଳରେ RRT ଟିମ୍ ପକ୍ଷରୁ ହଜାର ହଜାର କୁକୁଡାଙ୍କୁ ମାରି ଖାଲ କରି ପୋତି ଦିଆଯାଉଛି । ଏଥିସହ ଫାର୍ମ ସ୍ଥଳରେ ବ୍ଲିଚିଂ ପକାଇ ସାନିଟାଇଜ୍ କରାଯାଉଛି ।ବର୍ତ୍ତମାନ ପୁଣି ଋଣ କରି କୁକୁଡା ଚାଷ କରିବାକୁ ଚିନ୍ତା କଲେ ଡର ଲାଗୁଥିବା ଚାଷୀମାନେ ମତପ୍ରକାଶ କରିଛନ୍ତି।
