ରାଜ୍ୟରେ ବଢୁଛି କୁହୁଡ଼ି ସହିତ ଗରମ 

ରାଜ୍ୟରେ ଫେବୃଆରୀ ତାତି ବଢ଼ିବାରେ ଲାଗିଛି। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ବଢିଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳ, ଢେଙ୍କାନାଳ ସମେତ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ବି ଅହେତୁକ ଭାବରେ ବୃଦ୍ଧି ପାଇବ।

ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପର ମୁହାଁ ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ” ବର୍ତ୍ତମାନ ପୁରା ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ଅଧିକ ରହିଛି। ପୁରା ରାଜ୍ୟରେ ଦିନ ତାପମାତ୍ରା ଓ ରାତି ତାପମାତ୍ରା ସାଧାରଣ ଭାବେ ଯେତିକି ରହିବା କଥା ତାଠାରୁ ଅଧିକ ରହିଛି। ଚଳିତ ବର୍ଷ ଫେବୃଆରୀରେ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ରହିଛି।

ଅଧିକ ପଢନ୍ତୁ