ରାଜ୍ୟରେ ବନ୍ଦ ହେବ ମହାପ୍ରୟାଣ, ଆରମ୍ଭ ହେବ ନୂଆ ଶବବାହନ ସେବା

ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଥିବା ‘ମହାପ୍ରୟାଣ’ ଯୋଜନା ମାଗଣା ନୁହେଁ। କିଛି ଜିଲ୍ଲାରେ ଏହା ରେଡ୍‌କ୍ରସ ଦ୍ଵାରା ପରିଚାଳିତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ଜିଲ୍ଲାପାଳଙ୍କ ଅଧୀନରେ ରହିଛି । ଏହା ବ୍ୟବସ୍ଥିତ ନ ଥିବାରୁ ମହାପ୍ରୟାଣକୁ ସଂପୂର୍ଣ୍ଣ ବନ୍ଦ କରାଯିବ, ନୂଆ ଶବ ବାହନ ବ୍ୟବସ୍ଥା କିଭଳି ଢଙ୍ଗରେ ପରିଚାଳିତ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ନୂଆ ବ୍ୟବସ୍ଥାରେ ଶବ ପରିବହନ ପାଇଁ ଜିଲ୍ଲାମାନଙ୍କୁ ଗାଡ଼ି ଯୋଗାଇ ଦିଆଯିବ । ତେବେ ୧୦୮ ଆମ୍ବୁଲାନ୍ସରେ ମାଗଣାରେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ଆସୁଛନ୍ତି ରୋଗୀ । କିନ୍ତୁ ଶବବାହନ ସେବା ବ୍ୟବସ୍ଥାରେ ମୃତକଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ସରକାର । ଆରମ୍ଭରୁ ଏହି ଶବ ବାହନ ସେବାର ନମ୍ବର ୧୦୯ ରହିବା ନେଇ ସରକାରୀ ସ୍ତରରେ ଆଲୋଚନା ହେଉଥିଲା । ମାତ୍ର ବର୍ତ୍ତମାନସୁଦ୍ଧା କୌଣସି ନମ୍ବର ସ୍ଥିର ହୋଇନାହିଁ ।

ଅଧିକ ପଢନ୍ତୁ