ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇଛି ବୋଲି ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲ, ବ୍ଲକ, ଏବଂ ଥାନା ସ୍ତରରେ କମିଟି ଗଠନ ପାଇଁ କୁହାଯାଇଛି। ବିଶେଷ କରି ଭୁବନେଶ୍ୱର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଭୁବନେଶ୍ବର, କେନ୍ଦ୍ରପଡା ଓ ପୁରୀରେ ଅଧିକ ବାଂଲାଦେଶୀ ଥିବା ଆଶଙ୍କାରେ ଚିହ୍ନଟ କରିବା ପାଇଁ କୁହାଯାଇଛି ।
ଏ ସଂକ୍ରାନ୍ତରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।୨୦୨୧ ମସିହା ସୁଦ୍ଧା ରାଜ୍ୟରେ ପ୍ରାୟ ୩ ହଜାର ୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି । କେନ୍ଦ୍ରପଡାରେ ସର୍ବାଧିକ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫
ନବରଙ୍ଗପୁରରେ ୧୦୬, ଭଦ୍ରକରେ ୧୯୯, ବରଗଡରେ ୨ ଜଣ ଥିବା ସରକାର ଗୃହରେ ଉତ୍ତର ରଖିଛନ୍ତି ।