ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ। କେବେ ବି ତେଲ କୁ ନେଇ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ପୁଣି କହିଛନ୍ତି ଯେ, କଳାବାଜାରୀ କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତ ଉପରେ ଯୁଦ୍ଧର ପ୍ରଭାବ ପଡ଼ିବ ନାହିଁ। ଖାଇବା ପିଇବା ଜିନିଷ ମଧ୍ୟ ମହଜୁଦ ଅଛି। ଏ ସମୟରେ ଏଲପିଜି ଦର ବଢିବ, କିନ୍ତୁ ମହଜୁଦ ଅଛି। ରେଟ୍ ସାମୟିକ ଭାବେ ବଢିଛି।
