ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ସଫଳ ହେବ କି ପିଙ୍କ୍‌ ଜୋନ ?

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବ ପିଙ୍କ୍‌ ଜୋନ । ଉଭୟ ସହର ଓ ଗ୍ରାମାଞ୍ଚଳର ପ୍ରତି 10କିମି ରେ ଏହି ଜୋନ ହେବ। ବିଶେଷ କରି ପୋଲିସ ଫାଣ୍ଡି, ଚିକିତ୍ସାଳୟ ବା ଆଇନ ପ୍ରଧିକାରଣ ସଂସ୍ଥାର ପରିସରରେ। ଯେଉଁଠି 24 ଘଣ୍ଟିଆ ମହିଳା ସୁରାଷା ନେଇ ସହାୟତା ସେବା ଉପଲବ୍ଧ ହେବ।ଏପରିକି ସିସିଟିଭି ସର୍ଭିଲାନସକୁ ବଢ଼ାଯିବ । ପିଙ୍କ ଜୋନର ପ୍ରଚାର ପ୍ରସାର ମଧ୍ୟ ଲୋକଙ୍କ ମଧ୍ୟରେ କରାଯିବ । ସଚେତନତା ସୃଷ୍ଟି କରାଯାଇ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ତିଆରି କରାଯିବା ପାଇଁ ଏକ ଭିଜିନ ପ୍ରସ୍ତୁତ କରାଯାଉଛି।ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମହିଳା ସୁରକ୍ଷା ନେଇ ଅନେକ ପଦକ୍ଷେପ ନିଆଯାଇଥିଲା । ଯେମିତିକି IClIcK ସର୍ଭିସ, ପିଙ୍କ୍ ଅଟୋ ସର୍ଭିସ ଓ ମୋବାଇଲ ଆପ । କିନ୍ତୁ ଏଭଳି ଅନେକ ଘଟଣା ମହିଳାଙ୍କ ସହ ଘଟୁଥିବା ବେଳେ ଆକ୍ସନ ନେଉଛି ପୋଲିସ୍। ହେଲେ ଏସବୁ ଘଟଣାକୁ ପ୍ରତିହତ କରିବା ପାଇଁ କେତେବେଳେ କେଉଁ କେଉଁ ନୂଆ ଯୋଜନା ଆସୁଛି ବାସ୍ତବରେ ତାହା ଆଖିଦୃଶିଆ ହେଉନାହିଁ। ରାଜ୍ୟର ୬୧୯ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ରହିଛି ସତ, ହେଲେ ନିତିଦିନ କେଉଁଠି ନା କେଉଁଠି ମହିଳା ହିଂସାର ଶିକାର ହେଉଥିବା ରିପୋର୍ଟ ମଧ୍ୟ ହେଉଛି। ଭୁବନେଶ୍ୱର ଭଳି ସ୍ଥାନରେ କମିଶନରେଟ ପୋଲିସ ବଛା ବଛା ଟିମ୍ ଓ ଅଭିଜ୍ଞ ଅଫିସରସସ୍ବତନ୍ତ୍ର ମହିଳା ସୁରକ୍ଷା ନେଇ HER ଟିମ୍ ଗଠନ କରାଯାଇଥିଲେ ମଧ୍ୟ ଆରମ୍ଭରୁ ଏହା ଯେପରି ଆକ୍ସନ ମୁଡ଼ରେ କାମ କରୁଥିଲେ ଏବେ ଯେପରି ସେସବୁ ବନ୍ଦ ହୋଇଯାଇଛି ବା ଆଖିଦୃଷିଆ ହେଉନି ।

ଅଧିକ ପଢନ୍ତୁ

Odisha Darpan Digital