ରାଜ୍ୟରେ ମହିଳା ଅସୁରକ୍ଷିତ, ମା’ ଓ ଭଉଣୀଙ୍କ ସୁରକ୍ଷାକୁ ଚିନ୍ତିତ ନବୀନ

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରାସ୍ତା ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି । ସ୍କୁଲ, କଲେଜ ଓ ଟ୍ୟୁସନରୁ ଫେରୁଥିବା ଛାତ୍ରୀ ଅସୁରକ୍ଷିତ ମଣୁଛନ୍ତି ।

ବିପଦ ଏବେ ଦୈନନ୍ଦିନ ସାଧାରଣ ସ୍ଥାନଗୁଡ଼ିକରେ ଲୁଚି ରହିଛି । ଯୌନ ନିର୍ଯାତନା ବୃଦ୍ଧି ଆଇନ ଶୃଙ୍ଖଳାର ଦୁର୍ବଳତାକୁ ଦର୍ଶାଉଛି ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି ନବୀନ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି, ଯେତେବେଳେ ପୋଲିସର ବିଭିନ୍ନ ପଦାଧିକାରୀ ରାଜନୈତିକ ଚାପର ସମ୍ମୁଖୀନ ହୁଅନ୍ତି ସେତେବେଳେ ଉତ୍ତରଦାୟିତ୍ୱ ଦୁର୍ବଳ ହୋଇଯାଏ ଏହା ସହ ଏବଂ ମହିଳା ଏବଂ ଝିଅମାନେ ପ୍ରଥମେ ମୂଲ୍ୟ ଦିଅନ୍ତି ।ନବୀନ କହିଛନ୍ତି ଯେ, ଆମେରିକା ସରକାର ଗତମାସରେ ଲେଭେଲ-୨ ଯାତ୍ରା ପରାମର୍ଶ ଜାରି କରିଥିଲେ, ଯେଉଁଥିରେ ସେ ଓଡ଼ିଶା ସମତେ ୬ଟି ଭାରତୀୟ ରାଜ୍ୟର ନାମ ନେଇଥିଲେ। ଏହିସବୁ ରାଜ୍ୟକୁ ଯାଉଥିଲେ ସ୍ବତନ୍ତ୍ର ଅନୁମୋଦନ ନେବାକୁ ନିଜର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଆମେରିକା ସରକାର କହିଥିଲେ ଯେ, ମାଓବାଦୀ, ଆତଙ୍କବାଦୀ ହ୍ରାସ ପାଉଥିବା ବେଳେ ମହିଳାଙ୍କ ବିରୋଧରେ ହିଂସା ବଢ଼ିଛି।

ଅଧିକ ପଢନ୍ତୁ

kc ads