ରାଜ୍ୟରେ ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ ।ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି ।ତେବେ ୨୦୧୪ରୁ ଶିମିଳିପାଳରେ ଶିମିଳିପାଳରେ ୧୩ବର୍ଷ ମଧ୍ୟରେ ତାପମାତ୍ରା ମାଇନାସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପରବାରହାକାମୁଡା ଅଂଚଳରେ ତୁହିନର ଆସ୍ତରଣ ପଡିଛି ।ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା ।  ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା ।  ରାଜଧାନୀରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। ଆହୁରି ୧୫ ଦିନ ଯାଏ ପାଗ ଶୁଖିଲା ରହିବ ।  ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ଡିଗ୍ରୀ ତଳେ ରହିଛି ।  ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି ।

ଅଧିକ ପଢନ୍ତୁ