ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ

ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ।ଏଥର ନୂଆ ପଦ୍ଧତିରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ। ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।ଗ୍ରାଜୁଏସନ ପାସ କରିଥିବା ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିପାରିବେ।

ଆଶାୟୀ ଛାତ୍ର ଓ ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC ପ୍ରିଲିମ ଓ ମେନ ପରିକ୍ଷା ପାଇଁ ୧୧ ମାସ କୋଚିଂ ଦିଆଯିବ।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି। ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ୧୫.୦୪.୨୦୨୫ ରୁ SAMS ପୋର୍ଟାଲରେ ସାଧାରଣ ଆବେଦନ ଫର୍ମ (CAF) ଉପଲବ୍ଧତା ରହିଛି।

ଅଧିକ ପଢନ୍ତୁ

kc ads