ରାଜ୍ୟରେ ଯଥେଷ୍ଟ ଭାବେ ଉତ୍ପାଦାନ ହେଉନି ମାଛ ଓ ଅଣ୍ଡା

ରାଜ୍ୟରେ ଆମିଷ ଚାହିଦା କ୍ରମାଗତ ବୃଦ୍ଧି ପାଇଚାଲିଛି କିନ୍ତୁ ସେହି ଅନୁପାତରେ ଉତ୍ପାଦନ ବଢ଼ୁ ନାହିଁ। ବିଶେଷକରି ମାଛ ଓ ଅଣ୍ଡା ଉପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପରେ ଆଜି ବି ନିର୍ଭରଶୀଳ। ଦୈନିକ ପ୍ରାୟ ୧୧୦ ମେଟ୍ରିକ୍‌ ଟନ୍ ମାଛ ଓ ୧୫ଲକ୍ଷ ଅଣ୍ଡା ଆମଦାନୀ ହେଉଛି। ଏହାର ଉତ୍ପାଦନ‌େ‌ର ସ୍ବୟଂସମ୍ପୂର୍ଣ୍ଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିଲେ ହେଁ ତାହା ପୂରାମାତ୍ରାରେ ସଫଳ ହୋଇପାରୁନି।ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡିଶା । ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନୀ ପାଇଁ ଟାର୍ଗେଟ ରଖାଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ବିଭିନ୍ନ ଯୋଜନା ସତ୍ତ୍ବେ ଅନ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଉନି ।ମାଛ ଓ ଅଣ୍ଡା ଉତ୍ପାଦନରେ ବୃଦ୍ଧି ପାଇଁ ସରକାର ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ଏହା ମାଧ୍ୟମରେ ରାଜ୍ୟରେ ବାର୍ଷିକ ୩୦ କୋଟି ମାଛ ଯାଆଁଳ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେହିଭଳି ମତ୍ସ୍ୟଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଜନା କରାଯାଇଥିଲା। ୨୦୨୪-୨୫ରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ହାତକୁ ନିିଆଯାଇଥିଲା। ଏହା ମାଧ୍ୟମରେ ରାଜ୍ୟର ୭ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨, ୨୩୯କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ମିଳିଥିବା ତଥ୍ୟ ଅନୁସାରେ, ଦୈନିକ ୧୧୦ ମେଟ୍ରିକ ଟନ୍ ଓ ବାର୍ଷିକ ୪୦ହଜାର ମେଟ୍ରିକ ଟନ୍ ମାଛ ଆମଦାନୀ ହେଉଛି। ଜନସଂଖ୍ୟା ବୃଦ୍ଧି ସହିତ ମାଛର ଚାହିଦା ଦିନକୁ ଦିନ ଅଧିକ ହେବାରେ ଲାଗିଛି । ୨୦୧୪-୧୫ରେ ୩୮, ୧୧୮ମେଟ୍ରିକ ଟନ୍ ଆମଦାନୀ ହୋଇଥିବା ବେଳେ ୨୦୧୯-୨୦ରେ ୪୬, ୨୭୩ ମେଟ୍ରିକ ଟନ୍ ମାଛ ବାହାରୁ ଆସିଥିଲା ।

ଅଧିକ ପଢନ୍ତୁ