ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ।

ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ହେବ । କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ହେବ । ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରି କାର୍ଯ୍ୟକ୍ଷମ ସହ କ୍ଷମତା ବୃଦ୍ଧି କରିବ । ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ୨୬୮.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ, ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ । ଏହି ବିକାଶ ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବ, କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡାଇବ । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୩୯.୮୩ କୋଟି ଟଙ୍କା ଅଟେ ।

ଅଧିକ ପଢନ୍ତୁ