ରାଜ୍ୟରେ ଲାଗୁ ହେବ ୩ ବର୍ଷିଆ ନୂଆ ଅବକାରୀ ନୀତି ।

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍‌ ୧୫ରୁ ୨୦ ଭିତରେ ଏହି ନୂଆ ଆଇନ ଆସିବ।ବରିଷ୍ଠ ଅଧିକାରୀ ଏ ନେଇ ସମୀକ୍ଷା କରୁଥିବା କହିଲେ ମନ୍ତ୍ରୀ । ୪ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। ଅବକାରୀ ସଚିବଙ୍କ ନେତୃତ୍ବରେ ଏକ ଟିମ୍ କିଛି ଦିନ ଭିତରେ ଆନ୍ଧ୍ରପ୍ରଦେଶ ଯିବେ। ଗତ ମାର୍ଚ୍ଚ ମାସରେ ପୁରୁଣା ଅବକାରୀ ନୀତିକୁ ଆଉ ମାସକୁ ବୃଦ୍ଧି କରାଯାଇଥିବା ବେଳେ, ଏହାରି ଭିତରେ ୨ ମାସ ବିତିଗଲାଣି । ହେଲେ ସରକାର ଏପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ଲାଗୁ କରିନାହାନ୍ତି ।

ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ଯେଉଁଥିରେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର ‘ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ନୂଆ ସରକାର ଯୋଜନା ରହିଥିବା ଜଣାପଡିଛି ।

ଅଧିକ ପଢନ୍ତୁ

kc ads