ରାଜ୍ୟରେ ସାର ଅଭାବ : ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ରାଜ୍ୟରେ ସାର ଅଭାବ ପ୍ରସଙ୍ଗ, ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ । ଶୀଘ୍ର ସମସ୍ୟାର ସମାଧାନ ନହେଲେ ପ୍ରତି ବ୍ଲକରେ ଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ । ତେବେ ସାର ସମସ୍ୟା ବା ନିଅଣ୍ଟ ନଥିବା ରାଜ୍ୟ ସରକାର ବାରମ୍ବାର କହିଛନ୍ତି । ନିକଟରେ ସାର ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏକଥା ଦୋହରାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଆବଶ୍ୟକ ଅନୁସାରେ ସାରା ମହଜୁଦ ଅଛି ବୋଲି ସରକାର କହୁଛନ୍ତି ।ହେଲେ ସାର ଯୋଗାଣ ନେଇ ସମବାୟ ବିଭାଗର ତଥ୍ୟ ଭିନ୍ନ କଥା କହୁଛି । ପ୍ରାୟ ସମସ୍ତ ଜିଲ୍ଲାର ସାର ସ୍ଥିତି ଅତ୍ୟାବଶ୍ୟକୀୟ ପରିମାଣରୁ ବହୁତ କମ୍ ଥିବା ତଥ୍ୟ ସାମାନାକୁ ଆସିଛି । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି |ଓଡ଼ିଶାର ଲୋକସଂଖ୍ୟାର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ୨୦୦୪ରୁ ଓଡିଶା ସରକାର ଏଫସିଆଇ ସହିତ ଅନୁବନ୍ଧିତ ହୋଇଛନ୍ତି । ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବ୍ୟବସ୍ଥା ଓଡିଶାରେ ଆରମ୍ଭ ହୋଇଛି । ଫଳରେ ଓଡିଶାରେ ଧାନ ଉତ୍ପାଦନ ବଢି ଚାଲିଛି । ଓଡିଶା ବର୍ତ୍ତମାନ ଦେଶର ତୃତୀୟ ଧାନ ଉତ୍ପାଦନକାରୀ ରାଜ୍ୟ । କିନ୍ତୁ ରାଜ୍ୟରେ ବର୍ତ୍ତମାନ ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital