ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟିଆ ସ୍ଥିତି ଉପୁଜିଛି। କଳାବଜାରୀ ସ୍ଥିତି ଦେଖାଦେଇଛି। କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେଡି ବିଧାୟକ ଅରୁଣ କୁମାର ସାହୁ ଅଭିଯୋଗ ଆଣିଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି, କିନ୍ତୁ କୃଷକମାନେ କଣ ରାଜ୍ୟର ଲୋକ ନୁହଁନ୍ତି କି ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି।ସେ କହିଥିଲେ, ରାଜ୍ୟର ଚାଷୀକୂଳଙ୍କ ସମସ୍ୟାକୁ ବୁଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖି, ଏହାର ତ୍ୱରିତ ସମାଧାନ ପାଇଁ ଦାବି କରିଛନ୍ତି। ଏ ସରକାର ବେକାର ସରକାର। ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଏହା ତାଙ୍କ ବିଭାଗ ଦାୟିତ୍ଵ ନୁହେଁ। ସରକାର ଏକ ମିଳିତ ଦାୟିତ୍ଵ। ମନ୍ତ୍ରୀ ନିଜ ଦାୟିତ୍ୱରୁ ନ ଓହରି ଚାଷୀଙ୍କ କଥା ଚିନ୍ତା କରନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି। ନଚେତ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଡ.ସାହୁ କହିଥିଲେ।
