ରାଜ୍ୟରେ ସ୍କୁଲରେ ଡ୍ରପ୍ ଆଉଟ୍ ୧୫%କୁ ବୃଦ୍ଧି

ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ବଡ ଖବର । ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି।ନବମ ଓ ଦଶମ ଶ୍ରେଣୀରେ ୧୨.୫% ଝିଅ, ୧୭.୩ % ପୁଅ ପାଠ ଛାଡିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨% ଡ୍ରପ ଆଉଟ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭% ପିଲା ପାଠ ଛାଡିଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ ଡ୍ରପ ଆଉଟ ହୋଇଛି ।୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ ୨୦୨୪-୨୫ରେ ବଢିଛି ଡ୍ରପ୍ଆଉଟ ହାର ।

ଅଧିକ ପଢନ୍ତୁ