ରାଜ୍ୟରେ ସ୍ୱଗଣନାରେ ସାମିଲ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତିା ଏନେଇ ସୂଚନା ଦେଲେ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ଏପ୍ରିଲ ପହିଲାରୁ ଆଜି ଯାଏ ୧ ଲକ୍ଷ ୭୬ ହଜାର ସ୍ୱଗଣନାରେ ସାମିଲ ହୋଇଛନ୍ତି । କଟକରେ ସର୍ବାଧିକ ୨୭ ହଜାର, ଖୋର୍ଦ୍ଧାରେ ୧୭ ହଜାର କରିଛନ୍ତି ସ୍ୱଗଣନା ।ବାଲେଶ୍ୱରରେ ୧୦ ହଜାର, ବଲାଙ୍ଗିରରେ ୫ ହଜାର, ନୂଆପଡାରେ ୨ ହଜାର ରହିଛନ୍ତି । ପ୍ରଥମ ଥର ହୋଇଥିବା ସ୍ୱଗଣନାରେ ଭଲ ଉତ୍ସାହ ଦେଖିବାକୁ ମିଳିଛି । ଆଉ ୨ ଦିନରେ ସ୍ୱଗଣନା ସଂଖ୍ୟା ୨ ଲକ୍ଷ ପାର କରିବ ବୋଲି ଆଶା କରାଯାଇଛି । ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଗୃହଗଣନା ଆରମ୍ଭ ହେବ ।
