ରାଜ୍ୟରେ ୩ ଅର୍ଥନୈତିକ ଜୋନ ହେବ କହିଲେ ପରିବହନ ସଚିବ ଉଷା ପାଢୀ । ଭୁବନେଶ୍ୱର, ପୁରୀ, କଟକ ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ । କ୍ୱାଡ ସିଟି ପ୍ରୋଗ୍ରାମ ଜରିଆରେ ହେବ । ସରକାର ପ୍ଲାନ ରଖିଛନ୍ତି । ତେବେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ ।
