ରାଜ୍ୟରେ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ କମିବ । ସେହିପରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବାବେଳେ ରବିବାର ୮.୮ ଡିଗ୍ରୀ ସେଲସିୟସ୍‌କୁ ହ୍ରାସ ପାଇଛି।

ଅର୍ଥାତ୍‌ ୩ଦିନରେ ପ୍ରାୟ ୯.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିଛି। ସେହିପରି ଝାରସୁଗୁଡାରେ ୧୮.୩ ଡିଗ୍ରୀ ସେଲସିୟସ୍‌ରୁ ୯.୭ ଡିଗ୍ରୀ ସେଲସିୟସ୍‌କୁ ଅର୍ଥାତ୍‌ ପ୍ରାୟ ୮.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ହ୍ରାସ ପାଇଛି। ସେହିପରି ଆସନ୍ତାକାଲି ଅର୍ଥାତ ମଙ୍ଗଳବାରରେ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣରେ କୁହୁଡି ହୋଇପାରେ । ଯାନବାହାନ ଧୀରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ