କୋର୍ଟକୁ ବୋମା ଧମକ । ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ମେଲରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରଖିଛି । ଇ-ମେଲ୍ ମାଧ୍ୟମରେ ଧମକ ଆସିବା ପରେ ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ବାଡ । ଘଟଣାସ୍ଥଳରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଟିମ୍ । କଟକରେ ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଖାଲି କରାଯାଇଛି । ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଛି । କିଏ ମେଲ୍ କରି ଏଭଳି ଧମକ ଦେଇଛି , ଏଯାବତ୍ ତାହା ସ୍ପଷ୍ଟ ହୋଇନାହିଁ।
