ରାଜ୍ୟର ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ରାତି ତାପମାତ୍ରା କମିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି। ତେବେ ଏଭଳି ସ୍ଥିତି ଆହୁରି ୫ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୁରୀରେ ରାତି ତାପମାତ୍ରା ୧୯ ଡିଗ୍ରୀ ଛୁଇଁବ । ଗୋପାଳପୁର ଓ ଛତ୍ରପୁରରେ ୧୮, ଚାନ୍ଦବାଲି, ନୟାଗଡ଼ ଓ ପାରାଦୀପରେ ୧୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ସର୍ବାଧିକ ୩୧.୭ ଡିଗ୍ରୀ ରହିଥିବା ଜଣାପଡିଛି।
