ରାଜ୍ୟର ୧୮ଟି ଜିଲ୍ଲାରେ ଧାନ ସଂଗ୍ରହ ଜାରି,ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ କରିବାକୁ ପରାମର୍ଶ

ରାଜ୍ୟରେ ଚଳିତ ଖରିଫ୍‌ ଋତୁରେ ସରକାରୀ ସ୍ତରରେ ଧାନସଂଗ୍ରହ ଜାରି ରହିଛି । ପଞ୍ଜିକୃତ ଚାଷୀମାନେ ସେମାନଙ୍କ ମଣ୍ଡିକୁ ଆସି ନିଜର ଧାନ ବିକ୍ରୟ ଚାଲୁ ରଖିଛନ୍ତି । ସେମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ସିସିଟିଭି ମୁତୟନ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନକିଣା ଉପରେ ନଜର ରଖୁଛନ୍ତି । କୌଣସି ମଧ୍ୟସ୍ଥି କଥାକୁ ବିଶ୍ୱାସ ନ କରି କେବଳ ସରକାରୀ ସ୍ତରରେ ଧାନ ବିକ୍ରୟ କରିବା ଏବଂ କେବଳ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଧାନ ବିକ୍ରୟ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଚାଷୀ ମାନେ ଅଭିଯୋଗ କରିପାରିବା ସହ ସେମାନଙ୍କ ଅଭିଯୋଗ ଗୁଡିକର ତ୍ୱରିତ ଶୁଣାଣି କରାଯାଉଛି ।

ଅଧିକ ପଢନ୍ତୁ