ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହାର ଉପନେତା ପଦରୁ ହଟେଇ ଦେଇଛି। ରାଘବ ୨୦୨୩ ମସିହାରୁ ଏହି ପଦବିରେ ଥିଲେ। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍ ଦଳ ଉପନେତା କରିଛି। ରାଜ୍ୟସଭା ସଚିବାଳୟକୁ ଆଧିକାରିକ ଭାବେ ଦଳ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ରାଘବ ଆପ୍ ସାଂସଦ ଭାବରେ ଯେତେବେଳେ ରାଜ୍ୟସଭାରେ ତାଙ୍କ ବକ୍ତବ୍ୟ ରଖୁଥିଲେ, ସେତେବେଳେ ସାରା ଦେଶ ତାଙ୍କୁ ଭାଷଣକୁ ଧ୍ୟାନର ସହ ଶୁଣୁଥିଲା। କାରଣ ପୂର୍ବରୁ ପେଷାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିବା ଉଚ୍ଚଶିକ୍ଷିତ ଶ୍ରୀ ଚଢା ରାଜ୍ୟସଭାରେ ଲୋକଙ୍କ ସମସ୍ୟାକୁ ଖୁବ୍ ସୁନ୍ଦର ଭାବରେ ଉଠାଇବା ସହ ସରକାରଙ୍କୁ ଘେରୁଥିଲେ।ନେତାଙ୍କୁ ହଟାଇବାକୁ ଜନତାଙ୍କୁ ଅଧିକାରୀ ଦେବା କଥା ହେଉ କିମ୍ବା, କ୍ୱିକ୍ କମର୍ସ କମ୍ପାନୀର ୧୦ ମିନିଟ ସର୍ଭିସ ବିବାଦ, ବା କମ୍ପାନୀମାନଙ୍କର ଡାଟା ଟ୍ରାନ୍ସଫର କଥା, ଏସବୁ ପ୍ରସଙ୍ଗ ରାଘବ ଚଢ଼ାକୁ ଦେଶରେ ଲୋକପ୍ରିୟ କରାଇଛି। ଯଦିଓ ଆମ ଆଦମୀ ପାର୍ଟି ଏହି ନିଷ୍ପତ୍ତି ପଛର କାରଣ କହିନାହିଁ,କିନ୍ତୁ କୁହାଯାଉଛି ଦଳ ପ୍ରତି ଉଦାସୀନତା ଏବଂ ଦଳୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାରେ ଅସମର୍ଥତା ଯୋଗୁଁ ରାଘବ ଚଢାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
