୨୦୨୪ ନିର୍ବାଚରେ ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା ବିଜେଡି। ନବୀନଙ୍କ ପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିଙ୍କୁ ଦିଆଯାଇନଥିଲା ଟିକେଟ୍ । କଂଗ୍ରେସ ନୀତି ଆଦର୍ଶ ରଖିଥିବା ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଲେ ବିଜେଡି ନେତା ସମ୍ବିତ ରାଉତରାୟ। ମିଛ ସତ କହି କିଏ ନିଷ୍ପତ୍ତି ନେଇଥିଲା, ଟିକେଟରେ ପାତର ଅନ୍ତର କାହିଁକି । ବିଜେଡି ନୀତି ଆଦର୍ଶ ଜାଣି ନଥିବା ଲୋକଙ୍କୁ ଟିକେଟ ଦେବାରୁ ରାଜ୍ୟସଭା ଫଳ । ନେତା ରାଜ୍ୟସଭା ନିର୍ବାଚନରେ ଘୋଡା ଭଳି ବିକ୍ରି ହୋଇଗଲେ । ଆମେ କଠିନ ରାସ୍ତାରେ ଯାଉଛୁ, ନବୀନଙ୍କ ନେତୃତ୍ୱରେ ଦଳ ଦୃଢ ହେବ । ସୁଧୁରି ଯାଆନ୍ତୁ , ନଚେତ ନବୀନ ବାବୁ ମୂଷାଙ୍କୁ ବିଦା କରିବେ ।ସେପଟେ ସମ୍ବିତଙ୍କ ବୟାନକୁ କାଉଣ୍ଟର କରିଛନ୍ତି ଖୋଦ୍ ବିଜେଡି ବିଧାୟକ ସାରଦା ଜେନା। କହିଛନ୍ତି, ୨୦୨୪ରେ ମନଇଚ୍ଛା ଟିକେଟ୍ ବଣ୍ଟନ ହୋଇନାହିଁ। ଘୋଡା ବେପାର ସହିତ ଟିକେଟର କୌଣସି ସମ୍ପର୍କ ନାହିଁ।
