ରାଜ୍ୟସଭା ଚତୁର୍ଥ ଆସନ ପାଇଁ ନବୀନଙ୍କୁ ପୁଣି ଚକମା ଦେବେକି ଦିଲ୍ଳୀପ?

ରାଜ୍ୟସଭା ପାଇଁ ଗୁରୁବାର ଚତୁର୍ଥ ଆସନରେ ଦିଲୀପ ରାୟ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିବା ପରେ ରାଉରକେଲାରେ ରାଜନୀତି ସରଗରମ ହୋଇଛି। ଗତ ୨୦୦୨ରେ ଶ୍ରୀ ରାୟ ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ରାଜନୈତିକ ଗୋଟିଚାଳନାରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ଭୋଟ ହାତେଇ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ଶ୍ରୀ ରାୟ ୨୦୦୨ ନିର୍ବାଚନର ପୁନରାବୃତ୍ତି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଇଉଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟସଭାପତି ଭକ୍ତ ଚରଣ ଦାସ ସମର୍ଥନ ଦେବାକୁ ସିଧାସଳଖ ମନା କରିଦେଲେଣି। କଂଗ୍ରେସର 14 ଏବଂ ବିଜେଡିର 18ଟି ବଳକା ଭୋଟ୍ ମିଶିଲେ 32ଟି ପ୍ରଥମ ପସନ୍ଦ ଭୋଟ୍ ସହ ଦତ୍ତେଶ୍ବରଙ୍କ ବିଜୟ ସହଜ ମନେ ହେଉଛି। କିନ୍ତୁ ଦିଲ୍ଲୀପ ରାୟ ଯଦି 2002 ପରି କଂଗ୍ରେସ ଓ ବିଜେଡିରେ କ୍ରସ୍ ଭୋଟିଂ କରାଇବାରେ ସମର୍ଥ ହୁଅନ୍ତି ତାହାହେଲେ ନବୀନଙ୍କ ସବୁ ଅଙ୍କ ପୁଣି ଭୁଲ ହୋଇଯିବ | ପ୍ରକାଶଥାଉ କି, ରାଉରକେଲା ବିଜ୍ଞାପିତ ଅଞ୍ଚଳ (ଏନ୍‌ଏସି)ରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିିଥିବା ଶ୍ରୀ ରାୟ ଏକାଧିକ ଥର ବିଧାୟକ, ରାଜ୍ୟସଭା ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ହେଲେ ରାଉରକେଲା ବିଧାନସଭାରୁ ଦୁଇଥର ସେ ପରାଜିତ ମଧ୍ୟ ହୋଇଛନ୍ତି।

ଅଧିକ ପଢନ୍ତୁ