ରାଜ୍ୟସଭା ନିର୍ବାଚନରେ ଘୋଡାବେପାରକୁ ନେଇ ତେଜିଛି ରାଜନୀତି । ଏହି ପରିପ୍ରେକ୍ଷୀରେ ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର ।। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି, ଆଦର୍ଶ ରହିଛି । ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢୁଛି , ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ।ଗତକାଲିର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍ ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଛି।
