ରାଜ୍ୟସଭା ନିର୍ବାଚନ: କ୍ରସ୍‌ ଭୋଟିଂ ଭୟ

ରାଜ୍ୟସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ଦିନ ବାକି ଥିବାବେଳେ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଶେଷ କରି କ୍ରସ୍‌ ଭୋଟିଂକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶିବିରରେ ଛନକା ପଶିଛି। ନିର୍ମାଲ୍ୟ ଛୁଆଁରୁ ଡିନର ପାର୍ଟି ଯାଏଁ ସବୁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି । ଖାଲି ସେତିକି ନୁହେଁ, ଏଥର ରାଜ୍ୟସଭା ପାଇଁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କୁ ରିସୋର୍ଟ, ହୋଟେଲରେ ରଖିବାକୁ ଯୋଜନା ଚଳାଇଛନ୍ତି ।ସେହିପରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ତାଙ୍କ ଦଳର ବିଧାୟକମାନଙ୍କୁ ନେଇ ବାରମ୍ବାର ବୈଠକ କରିବା ସତ୍ତ୍ୱେ ସବୁ ସଦସ୍ୟ ଏକାଠି ହେଉନାହାନ୍ତି। କେତେଜଣ ବୈଠକଠାରୁ ଦଳ ଆୟୋଜନ କରୁଥିବା ଖାଇବା ପିଇବା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁଠାରୁ ଦୂରେଇ ରହୁଛନ୍ତି। ଅନ୍ୟମାନଙ୍କ ଜରିଆରେ କଂଗ୍ରେସର ମଧ୍ୟ କେତେଜଣ ବିଧାୟକ କହୁଛନ୍ତି, ଅତିକମ୍‌ରେ ୧ରୁ ୨ କୋଟି ଟଙ୍କା ସେମାନଙ୍କୁ ଦରକାର। ସେଥିଲାଗି ଭକ୍ତ ମଧ୍ୟ କେତେଜଣ ଆଗରେ ମୁହଁ ଖୋଲି କହିଲେଣି ବିଧାୟକମାନଙ୍କୁ ଟଙ୍କା ନ ଦେଲେ ହେବନାହିଁ। ଏଥିଲାଗି ଦତ୍ତେଶ୍ୱରଙ୍କ ସହ ପିସିସି ସଭାପତି ଦେଖା ହେବାକୁ ଚେଷ୍ଟାକରି ଅସଫଳ ହେଉଥିବା କଥା ତାଙ୍କ ନିକଟତମ ଲୋକେ କହୁଛନ୍ତି; ଯେଉଁଥିଲାଗି ବିଧାୟକମାନଙ୍କ ପାଇଁ କିଭଳି କିଛି ଖର୍ଚ୍ଚର ସୁବିଧା କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା ପାଇଁ ପିସିସି ସଭାପତି ୨ ଦିନ ଭିତରେ ବିଜେଡି ସଭାପତିଙ୍କୁ ଭେଟିବେ ବୋଲି ଶୁଣିବାକୁ ମିଳୁଛି।ଅନ୍ୟପଟେ ବିଜେପି ଶିବିର ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି। ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସେମାନଙ୍କ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନିଶ୍ଚିତ ଭାବେ ବିଜୟୀ ହେବେ । ଏହି ସଂଖ୍ୟା ଗଣିତ ଏବଂ ଛକାପଂଝା ଭିତରେ ରାଜ୍ୟସଭା ନିର୍ବାଚନ ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି ।

ଅଧିକ ପଢନ୍ତୁ