ରାଜ୍ୟସଭା ନିର୍ବାଚନ ପାଇଁ ମନମୋହନ ସାମଲ , ସୁଜିତ କୁମାର ବିଜେପି ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ବଡ କଥା ଚତୁର୍ଥ ଆସନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିହାରରୁ ରାଜ୍ୟସଭା ଯିବା ନେଇ ମଧ୍ୟ କୁହାଯାଉଛି । ଅନ୍ୟପଟେ ବିଜେଡିରୁ ତୃତୀୟ ସିଟ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଚତୁର୍ଥ ସିଟ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯାହାକି ଦତ୍ତେଶ୍ୱର ହତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି କହିଛିି ।

ଅଧିକ ପଢନ୍ତୁ