ରାଜ୍ୟସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ । ଏନେଇ ବିଜେଡି ବିଧାୟକ ସାରଦା ଜେନା ସୂଚନା ଦେଇଛନ୍ତି । ବିଜେଡି ବିଧାୟକମାନେ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ବାବଦରେ ବୁଝିବେ । ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ବୈଠକ ରହିଛି । ସନ୍ଧ୍ୟା ୫ଟା ୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ । ରାଜ୍ୟସଭା ନିର୍ବାଚନ ପରିଚାଳନା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱର ସହ ନେଇଛନ୍ତି ।ଗତକାଲି ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ପ୍ରଶିକ୍ଷଣ ପାଇଁ ଡାକିଥିଲେ । ହେଲେ ବୈଠକରେ ୪୭ ବିଧାୟକ ଉପସ୍ଥିତ ଥିବା ବେଳେ ୬ ବିଧାୟକ ଅନୁପସ୍ଥିତି ଥିଲେ । ଆଜି ଦେଖିବାକୁ ବାକି ରହିଲା, କଣ ଆଜି ସବୁ ବିଧାୟକ ବୈଠକରେ ଉପସ୍ଥିତ ରହିବେ ନା, ପୁଣି କେଉଁ ବିଧାୟକ ଅନୁପସ୍ଥିତ ରହିବେ । ରାଜନୀତି ମହଲରେ କ୍ରସ ଭୋଟିଂର ଭୟ ଧିରେ ଧୀରେ ବଢିଲାଣି । ଦିନକ ପରେ ରାଜ୍ୟସଭା ନିର୍ବାଚନ । ଏହା ପୂର୍ବରୁ ସବୁ ଦଳୀୟ ନେତା ସଜାଗର ସହ ରହୁଛନ୍ତି ।
