ରାଜ୍ୟସରକାରଙ୍କୁ ବାଂଲାଦେଶୀ ଟେନସନ । ରାଜ୍ୟରେ ଚାଲିଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା

ନୟାଗଡ (ଓଡିଶା ଦର୍ପଣ )କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋର୍‌ଦାର କରାଯାଇଛି। ଏଥିଲାଗି ସ୍ବତନ୍ତ୍ର ସେନା ଦଳ କାର୍ଯ୍ୟ କରୁଛି। ସେନା ଦଳ ତତ୍ତ୍ବାବଧାନରେ ଓଡ଼ିଶା ପୁଲିସ ବାଂଲାଦେଶୀଙ୍କୁ ଉଠାଇ ନେଉଛି। ସେମାନଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ସ୍ବଦେଶ ଫେରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଯେଉଁମାନଙ୍କର ପ୍ରମାଣପତ୍ର ଥିବ ସେମାନଙ୍କୁ ଛାଡ଼ିଦିଆଯିବ ବୋଲି ସୂଚନା ରହିଛି। କମିସନରେଟ ପୁଲିସ ରାଜଧାନୀରୁ ପ୍ରାୟ ୪୦ ବାଂଲାଦେଶୀଙ୍କୁ ଧରି ସେନା ଦଳକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସହରୀ ପୁଲିସର ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ରହିଛି, ଡିଆଇବି ମଧ୍ୟ କାର୍ଯ୍ୟ କରୁଛି, ଆୟୁକ୍ତଙ୍କ ଅଧୀନରେ ସ୍ପେଶାଲ କ୍ରାଇମ ୟୁନିଟ (ଏସ୍‌ସିୟୁ) ରହିଥିବା ବେଳେ ବାଂଲାଦେଶୀଙ୍କୁ ସ୍ପେଶାଲ ସ୍କ୍ବାଡ ଚିହ୍ନଟ କରୁଛି।ସମ୍ବଲପୁର ସହରରୁ ବାଂଲାଦେଶୀଙ୍କୁ ‘ତଡ଼ିପାର୍’ କରିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିଛି ଧନୁପାଲି ପୋଲିସ । ବେଆଇନ ଭାବେ ରହୁଥିବା ବାଂଲାଦେଶୀ ପ୍ରବେଶକାରୀ ଚିହ୍ନଟ ସହ ସେମାନଙ୍କୁ ବିଦା କରିବାକୁ ସହରର ଧନୁପାଲି ପୋଲିସ ପକ୍ଷରୁ ଗତ ଗୁରୁବାର ରାତିରେ ଜୋରଦାର ଯାଞ୍ଚ କରାଯାଇଛି । ଏହା ପୂର୍ବରୁ ଝାରସୁଗୁଡାରେ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital