ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି: ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ୟକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମସ୍ୟଜୀବି ଉପକୃତ ହେବେ। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଏବଂ ୨ଟି ଝୋଟ ବ୍ୟାଗ୍‌ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ।

ତେବେ ଏହି ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଟଙ୍କା ଖର୍ଚ୍ଚ ହେବ।ସେହିପରି ରାଜ୍ୟ ସରକାର ଉଦ୍ୟମୀଙ୍କ ପାଇଁ ସ୍ୱୟଂ ଯୋଜନା ଆଣିବେ । ଯୁବକ ଏବଂ ଯୁବତୀଙ୍କୁ ମିଳିବ ସୁଧମୁକ୍ତ ବ୍ୟାଙ୍କ ଋଣ । ଉଦ୍ୟୋଗ ଲାଗି ଏଥିରେ ବିନା ସୁଧରେ 1 ଲକ୍ଷ ଟଙ୍କା ଋଣ ଦିଆଯିବ । ଉଦ୍ୟୋଗ ଥିଲେ ବି ଏହାର ଲାଭ ନେଇପାରିବେ । ଏଥିପାଇଁ ହିତାଧିକାରୀଙ୍କ ବୟସ ୧୭ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିବା ଦରକାର । ଋଣ ସୁଝିବା ପାଇଁ ୪ ବର୍ଷ ସମୟ ଦିଆଯିବ । ଏହି ଯୋଜନା ପାଇଁ ୪୪୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଅଧିକ ପଢନ୍ତୁ