ରାଜ୍ୟ ଟ୍ରାଫିକ ଓ ସଡକ ସୁରକ୍ଷା ବିଭାଗରେ ୨ ହଜାର ନୂତନ ପଦବୀ ସୃଷ୍ଟି

ରାଜ୍ୟରେ ଟ୍ରାଫିକ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବି ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ୧୯୩୦ଟି ପଦବି ସୃଷ୍ଟି ହୋଇଛି । ରାଜ୍ୟ ସ୍ତରୀୟ ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବି ସୃଷ୍ଟି କରାଯାଇଛି ।

ADGP/IGP ଗୋଟିଏ ପଦବି, DIG (ପୋଲିସ) ଗୋଟିଏ ପଦବି, SP ୨ ଟି ପଦବି, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଳ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଛି । ସମୁଦାୟ ୭୦ଟି ପଦବି ସୃଷ୍ଟି ହୋଇଛି ।ସେହିପରି ଡି.ଏସ.ପି. ୫ଟି ପଦବୀ, ଇନ୍ସପେକ୍ଟର ୪୧ଟି ପଦବୀ, ସବ- ଇନ୍ସପେକ୍ଟର ୮୩ ଟି ପଦବୀ, ଏ.ଏସ.ଆଇ. ୮୩ଟି ପଦବୀ, ହାବିଲଦାର ୩୧୦ ଓ କନଷ୍ଟେବଳ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ

kc ads