ରାଜ୍ୟ ବିଜେପି ଅଫିସରୁ ଧକ୍କା ଦେଇ ସୁନୀତି ମୁଣ୍ଡଙ୍କୁ ବାହାର କରିଛନ୍ତି ବିଜେପି କର୍ମୀ ।

ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ ତାଙ୍କୁ ବିରୋଧ କରି ଘଉଡ଼ାଇଥିବା ସୂଚନା ମିଳିଛି। ଏହାପରେ ପ୍ରତିକ୍ରିୟା ଦେଇଛନ୍ତି ସୁନୀତି ମୁଣ୍ଡ ।

ସେ କହିଛନ୍ତି, “ମୁଁ ଦଳରେ ନାହିଁ ବୋଲି କିଏ କହିଲା । ଏଇଟା ମୋ ଘର । ମୋ ଘରକୁ ମୁଁ ଆସିଛି । ମୋ ଘରକୁ ଆସିବାକୁ କେହି ମୋତେ କେହି ରୋକି ପାରିବେନି । ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ହୋଇଛି । ବହୁତ ଶୀଘ୍ର ସବୁ ସତ ସାମ୍ନାକୁ ଆସିବ ।”

ଗତ ପୌର ନିର୍ବାଚନରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ମେୟର ପାଇଁ ବିଜେପି ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ । ହେଲେ ଦଳ ବିରୋଧୀ କାର୍ୟ୍ୟ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ତେବେ ଭାଜପାରୁ ନିଲମ୍ବନ ହେବା ପରେ ଏକ ଗଣାମଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସୁନୀତି କହିଥିଲେ ରାଜ୍ୟ ଭଜାପରେ କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ ଅଛନ୍ତି। କେନ୍ଦ୍ରୀୟ ଭାଜପା ଢାଞ୍ଚାରେ ରାଜ୍ୟରେ ଦଳ କାମ କରୁନାହିଁ। ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା ସୁନୀତି କହିଥିଲେ। ଏହା ସହିତ ସେ କହିଛନ୍ତି, ନିଲମ୍ବନର ସତ ଜାଣିବାକୁ ରାଜ୍ୟ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ହେଲେ ଥାନାରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ମିଛ ।”

ଅଧିକ ପଢନ୍ତୁ