ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାରିବେ ଆଉ ଦୁଇ ମନ୍ତ୍ରୀ

ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଏଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଏହି ସମୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି ତାହା ହେଲା ନବୀନ ପୁଣି ଆଉ ଦୁଇ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବେ। ସେ ନେଇ ପ୍ରସ୍ତୁତି ସରିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଉପକୂଳ ଜିଲ୍ଲାର ମନ୍ତ୍ରୀ ଓ ଅନ୍ୟଜଣେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମନ୍ତ୍ରୀ। ଏମାନେ ନୂଆ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ