ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି।ବିଜୟ ପରେ ଦିଲ୍ଲୀପ ରାୟ କହିଛନ୍ତି ଯେ, ଏହି ବିଜୟ କେବଳ ତାଙ୍କର ନୁହେଁ, ବରଂ ଏହା ରାଜନୈତିକ ସୀମା ବାହାରେ ସମସ୍ତ ବିଧାୟକଙ୍କ ଭରସା ଓ ସଦିଚ୍ଛାର ପ୍ରତିଫଳନ। ସେ ଭାଜପା ବିଧାୟକଙ୍କ ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଦେବା ସହ ବିଜେଡି, କଂଗ୍ରେସ ଏବଂ ସ୍ୱାଧୀନ ବିଧାୟକ ଯେଉଁମାନେ ତାଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି, ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।
