ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିୱାଲି ଭେଟି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ୫୫ ପ୍ରତିଶତରୁ ମହଙ୍ଗା ଭତ୍ତା ବଢି ୫୮ ପ୍ରତିଶତ ହେଲା ।ଏହା ଜୁଲାଇ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।

ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ.ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ. ପାଇବେ । ଏହାଦ୍ୱାରା ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ ।

ଅଧିକ ପଢନ୍ତୁ

Odisha Darpan Digital