ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି।

ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି। ତେମ୍‌ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍‌ଡିସି । ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବଦଳି କରାଯାଇଛି । ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ବରେ ରହିବେ ।ସେହିପରି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ହେଲେ ମୟୁରଭଞ୍ଜ ଜିଲାପାଳ। କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଲଘୁ ଖଣିଜ ବିଭାଗ ନିର୍ଦେଶକ। ମୟୁରଭଞ୍ଜ ଜିଲାପାଳ ବୀନିତ ଭରଦ୍ବାଜ ହେଲେ କଟକ ଜିଲାପାଳ। ନିଖିଳ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦେଶକ। ବିଜୟ କୁମାର ଦାସ ହେଲେ ପୁରୀ ଜିଲାପାଳ। ମୋନିଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ବିଭାଗ ନିର୍ଦେଶକ। ଚଞ୍ଜଲ ରଣା ହେଲେ ଖୋର୍ଦ୍ଧା ଜିଲାପାଳ।

ସ୍ବଧାଦେବ ସିଂ ହେଲେ ନୟାଗଡ଼ ଜିଲାପାଳ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ ହେଲେ କଟକ ମହାନଗର ନିଗମ ଆୟୁକ୍ତ, ଅବଦାଲ ଅଖତାର ହେଲେ ଅନୁଗୁଳ ଜିଲାପାଳ, ସମବାୟ ପଣ୍ଡା ହେଲେ ସମବାୟ ବିଭାଗ ଯୁଗ୍ମ ସଚିବ, ଅମୃତ ଋତୁରାଜ ହେଲେ ଶ୍ରମ ଆୟୁକ୍ତ, ବିଶାଲ ସିଂହ ହେଲେ ମୟୁରଭଞ୍ଜ ଜିଲପାଳ, ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲାପାଳ,କୀର୍ତ୍ତି ଭାସନ ଭି ହେଲେ କୋରାପୁଟ ଜିଲାପାଳ।ବିଭୂତି ଭୂଷଣ ନାୟକ ମୟୂରଭଞ୍ଜ ଏଡିଏମ ହୋଇଥିବାବେଳେ ଧିନା ଦସ୍ତାଗର ବ୍ରହ୍ମପୁର ଉପଜିଲ୍ଲାପାଳ|ରୀନା ପ୍ରଧାନ ବାଲିଗୁଡ଼ା ଉପଜିଲ୍ଲାପାଳ, ପି.ଏ. ରାଜେସିର୍କ ହେଲେ ବାଲେଶ୍ବର ଉପଜିଲ୍ଲାପାଳ, କୀରଣଦିପ ସହୋଟା ହେଲେ ଗୁଣୁପୁର ଉପଜିଲ୍ଲାପାଳ, ରେହନ ଖତ୍ରୀ ଟିଟିଲାଗଡ଼ ଉପଜିଲ୍ଲାପାଳ, ଧିମନ ଚକମା ଧର୍ମଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି । ସେହିପରି ବିମଳେନ୍ଦୁ ରଏ ଇପିଏମ ନିର୍ଦ୍ଦେଶକ, ନୃସିଂହ ଚରଣ ସ୍ବାଇଁ ହେଲେ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ହୋଇଛନ୍ତି । ନରହରି ସେଠୀ ହୋଇଛନ୍ତି ଜଳସଂପଦ ବିଭାଗ ଅତିରିକ୍ତ ସଚିବ ।

ଅଧିକ ପଢନ୍ତୁ