ରାଞ୍ଚି ପରେ ରାୟପୁରରେ ଶତକୀୟ ଇନିଂସ ଖେଳିଲେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି । ଦିନିକିଆରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି। ଏହା ପୂର୍ବରୁ ଦିନିକିଆରେ ୫୦ଟି ଶତକ ମାରି ସଚିନ ତେନ୍ଦୁଲକର ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସଚିନଙ୍କ ରେକର୍ଡ କୁ ପଛରେ ପକାଇଛନ୍ତି କିଙ୍ଗ କୋହଲି। ଆନ୍ତଜାର୍ତିୟ କ୍ୟାରିୟରେ ଏହାକୁ ଲଗେଇ ୮୪ ତମ ଶତକ ହାସଲ କଲେ ବିରାଟ । ୯୩ଟି ବଲରେ ୧୦୨ ରନ୍ ସଂଗ୍ରହ କରିଛନ୍ତି ବିରାଟ । ଶତକୀୟ ଇନିଂସରେ ୭ ଟି ଚୌକା ସହ ୨ଟି ଛକା ମାରିଛନ୍ତି ବିରାଟ ।
