ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ହୃତଘାତରେ ଚାଲିଗଲା ଜୀବନ

ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ରାଜଗାଙ୍ଗପୁର ତଳକିପଡ଼ାର ୫୯ ବର୍ଷୀୟ ରାଜେଶ ଗୁପ୍ତା ନିଜ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହବାର୍ଷିକୀ ପାଳନ ପାଇଁ ଖଣ୍ଡାଧାର ଇକୋ କଟେଜ୍‌ର ୪ଟି କଟେଜ୍‌ ବୁକ୍‌ କରିଥିଲେ। ରାତିରେ ନାଚଗୀତ ମଧ୍ୟରେ ହର୍ଷ ଉଲ୍ଲାସ ସହ ୩୦ତମ ବିବାହ ବାର୍ଷିକୀ ପାଳନ କଲେ। ରାତିରେ ସବୁକିଛି ଠିକ ଠାକ ଥିଲା ମାତ୍ର ସକାଳେ ମର୍ଣ୍ଣିଙ୍ଗ୍ ୱାକ ସମୟରେ ହଠାତ୍ ରାଜେଶ ଅସୁସ୍ଥ ଅନୁଭବ କରିବାରୁ ବଣାଇଁ ଡାକ୍ତରଖାନା ଅଣାଯାଇଥିଲା । ହେଲେ ଚିକିଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି । ଏନେଇ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଲହୁଣିପଡ଼ା ପୋଲିସ ଉପଖଣ୍ଡ ଚିକିତ୍ସାଳୟରେ ତଦନ୍ତ ଜାରି ରଖିଛି l ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।

ଅଧିକ ପଢନ୍ତୁ