ରାତି ଅଧରେ ଜେଲରେ ଚଢ଼ାଉ; ଟେନିସ୍ ବଲ୍ ଭିତରୁ ମିଳିଲା ତମାଖୁ

ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି।କେମିତି ଓ କେଉଁ ପରିସ୍ଥିତିରେ ଜେଲ ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେ ଉପରେ ଯାଞ୍ଚ କରାଯାଉଛି । ତେବେ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ କରାଯାଇଛି |ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି। କଏଦୀମାନେ ଟେନିସ ବଲରୁ ତମାଖୁ ଓ ମାଦକ ଦ୍ରବ୍ୟ ସଂଗ୍ରହ କରୁଛନ୍ତି |ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଥିବାବେଳେ, ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ପ୍ରାୟ ୩ ଘଣ୍ଟା ଧରି ଜେଲ ଭିତରେ ଚଢ଼ାଇ କରାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital